ମଣିଷରୁ କୁକୁର ହେଲେ ଜାପାନିଜ୍ ପୁରୁଷ

ମଣିଷରୁ କୁକୁର ହେବା ପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ

ମଣିଷରୁ କୁକୁର ହେବାକୁ ସ୍ୱପ୍ନ ଦେଖିଥିବା ଜାପାନିଜ ବ୍ୟକ୍ତି ଏହାକୁ ଶେଷରେ ପୂରଣ କରିପାରିଛନ୍ତି। କଥାଟି ଶୁଣିବାକୁ ଆପଣକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଜଣେ ବ୍ୟକ୍ତି ଠିକ୍ କୁକୁର ପରି ଡ୍ରେସ୍ ପିନ୍ଧି ପାର୍କରେ ଚାଲିଛନ୍ତି । କୋ ନାମକ ଏହି ବ୍ୟକ୍ତି ୨ ମିଲିୟନ ୟେନ ବା ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ହେବାକୁ ସକ୍ଷମ ହୋଇଛନ୍ତି। ଜାପାନିଜ କମ୍ପାନୀ ଜେପ୍ପେଟ ହିଁ ଟୋକୋଙ୍କ ସ୍ୱପ୍ନକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରାୟ ୪୦ ଦିନର ପରିଶ୍ରମ ପରେ କମ୍ପାନୀ ଟୋକୋଙ୍କ ପାଇଁ ଅତି ବାସ୍ତବ କୁକୁର ପୋଷାକ ତିଆରି କରିଛି । ଏହାକୁ ପରିଧାନ କରିବା ପରେ ଟୋକୋ ମଣିଷରୁ ପୂରା କୁକୁର ପରି ଦେଖାଯାଉଛନ୍ତି । ତାଙ୍କୁ ଦେଖିଲେ କେହି ବି ମଣିଷ ବୋଲି ଚିହ୍ନି ପାରୁ ନାହାନ୍ତି। ସେ ଗୋଟିଏ ଅବିକଳ କୁକୁର ଭଳି ଦେଖାଯାଉଛନ୍ତି। ଟୋକୋ ମଣିଷରୁ କୁକୁର ହେବା ପରେ ପ୍ରଥମଥର ପାଇଁ ପାର୍କରେ ଚାଲିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଟୋକୋଙ୍କର ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ରହିଛି। ଏହାର ନାଁ ହେଲା ‘ଆଇ ୱାଣ୍ଟ ଟୁ ବି ଆନିମଲ’। ଟୋକୋ କୁକୁର ହେବା ପରେ ପ୍ରଥମଥର ପାର୍କରେ ଚାଲିଛନ୍ତି। ଏହାକୁ ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ମଧ୍ୟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଟୋକୋ ଅନ୍ୟ କୁକୁରମାନଙ୍କୁ ଭୋକିବା ସହ ଚଟାଣରେ କୁକୁରଙ୍କ ଭଳି ଗଡ଼ୁଛନ୍ତି। ସେ ଲୋକମାନଙ୍କ ସହ କୁକୁରଙ୍କ ଭଳି ହ୍ୟାଣ୍ଡଶେକ କରୁଛନ୍ତି। ଯାହା କି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।