ପାସପୋର୍ଟ ଆବେଦନକୁ ନେଇ ନୂଆ ତଥ୍ୟ

ପାସପୋର୍ଟ ପାଇଁ ଡିଜିଲକର ମାଧ୍ୟମରେ ଦେବାକୁ ହେବ ଡକୁମେଣ୍ଟ

ଆଜିଠୁ ପାସପୋର୍ଟ ଆବେଦନ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ହେଲେ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ । ଏହା ଏକ ସରକାରୀ ପ୍ଲାଟଫର୍ମ । ଡକ୍ୟୁମେଣ୍ଟ ଅପଲୋଡ୍ ହେବା ପରେ ଆବେଦନକାରୀ ମାନେ ଅଫିସିଆଲ ୱେବସାଇଟ www.passportindia.gov.in ଜରିଆରେ ଅନଲାଇନରେ ପାସପୋର୍ଟ ଆବେଦନ ଦାଖଲ କରିପାରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଯଦି ଆବେଦନକାରୀ ଡିଜିଲକର ମାଧ୍ୟମରେ ସେମାନଙ୍କର ଦସ୍ତାବିଜ ଅପଲୋଡ୍ କରିଛନ୍ତି, ତେବେ ଆବେଦନ ପ୍ରକ୍ରିୟା ସମୟରେ ସେମାନଙ୍କୁ ମୂଳ ଫିଜିକାଲ କପି ଆଣିବାକୁ ପଡ଼ିବ ନାହିଁ। ଏହି ପଦକ୍ଷେପ ପାସପୋର୍ଟ ଆବେଦନ ପ୍ରକ୍ରିୟାର ସମୟ ଏବଂ ଦକ୍ଷତାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।