ଚନ୍ଦ୍ରଯାନ-୩କୁ ବଡ଼ ସଫଳତା

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ସଫଳତାର ସିଡି ଚଢିଚାଲିଛି ଚନ୍ଦ୍ରଯାନ-୩ । ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ । ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଏହାକୁ ଏକ ବଡ଼ ସଫଳତା ଭାବେ ବିଚାର କରାଯାଉଛି, କାରଣ ମିସନ ପାଇଁ ଏହା ଏକ କଷ୍ଟକର ସୋପାନ ଥିଲା । ଇସ୍ରାେ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏଣ୍ଡ କମାଣ୍ଡ ନେଟଓ୍ବାର୍କ (ଇସଟ୍ରାକ୍)ଠାରେ ଚନ୍ଦ୍ରଯାନର ସ୍ବାସ୍ଥ୍ୟ ଉପରେ ନିଜର ରଖାଯାଇଛି । ଏପର୍ଯ୍ୟନ୍ତ ଚନ୍ଦ୍ରଯାନ ସଂପୂର୍ଣ୍ଣ ସ୍ବାଭାବିକ ରହିଛି ଓ ଏହାର ସବୁ ଉପକରଣ ସ୍ବାଭାବିକ ଭାବେ କାମ କରୁଛନ୍ତି ବୋଲି ଇସ୍ରୋ କହିଛି । ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ କରିବାକୁ ଚେଷ୍ଟା କରିବ। ଅଗଷ୍ଟ ପହିଲାରେ ଏହି ମହାକାଶଯାନ ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ (ଟିଏଲଆଇ) ଜରିଆରେ ୨୮୮ କିଲୋମିଟର x ୩.୭ ଲକ୍ଷ କିଲୋମିଟର କକ୍ଷପଥ ହାସଲ କରି ଚନ୍ଦ୍ରରେ ପ୍ରବେଶ କରିଥିଲା।  ଗତ ଥର ଭାରତର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲେ ବି ସଫ୍ଟ ଲାଣ୍ଡିଂ କରିବାରେ ବିଫଳ ହୋଇଥିଲା ଓ କ୍ରାସ୍ ଲାଣ୍ଡିଂ( ଖସିପଡ଼ିଥିଲା)  ହୋଇ ଭୂପୃଷ୍ଠରେ ଥିବା କଣ୍ଟ୍ରୋଲ ରୁମ ସହ ସମ୍ପର୍କ ହରାଇଥିଲା । କିନ୍ତୁ ଏଥର ସଫ୍ଟଲାଣ୍ଡିଂ ପାଇଁ ଆଶାବାଦୀ ଅଛି ଇସ୍ରୋ