କେଦାରନାଥ ଯାତ୍ରା ବେଳେ ଘାଇରେ ପଡ଼ିଲେ ତୀର୍ଥଯାତ୍ରୀ

କେଦାରନାଥ ଯାତ୍ରା ବେଳେ ଦୁର୍ଘଟଣା, ୨ମୃତ , ୩ ଗୁରୁତର

କେଦାରନାଥ ଯାତ୍ରା ବେଳେ ଘାଇରେ ପଡ଼ିଲେ ତୀର୍ଥଯାତ୍ରୀ। ଦୁର୍ଘଟଣାରେ ୨ମୃତ , ୩ ଗୁରୁତର। ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟିଠାରେ ପୋଲ୍ ନମ୍ବର ୧୫୩ ନିକଟରେ କିଛି ତୀର୍ଥଯାତ୍ରୀ ପାହାଡ଼ରୁ ଘାଇ ତଳକୁ ଖସି ପଡ଼ିଥିବାର ସୂଚନା ଆସୁଛି । ଜଣେ ତୀର୍ଥଯାତ୍ରୀ ନିଖୋଜ ଥିବାର ମଧ୍ୟ ସୂଚନା ମିଳୁଛି । ଦୁର୍ଘଟଣାର ସୂଚନା ମିଳିବା କ୍ଷଣି ଘଟଣାସ୍ଥଳକୁ DDRFର ଟିମକୁ ପଠାଇ ଦିଆଯାଇଛି । ଘଟଣା ଘଟିବାର କିଛି ସମୟ ପରେ ଘଟଣାସ୍ଥଳରେ DDRF ର ଟିମ୍ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଭଳି ଘଟଣା ପ୍ରଥମଥର ନୁହେଁ ଜୁନ୍ ୧୫ ତାରିଖରେ ମଧ୍ୟ ଏଭଳି ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।