ଗୋପାଳପୁର ଗଣଦୁଷ୍କର୍ମ ୧୦ ଅଭିଯୁକ୍ତଙ୍କୁ ଗିରଫ
ଗୋପାଳପୁର ଗଣଦୁଷ୍କର୍ମ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତ କିଛିଦିନ ହେବ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି ପ୍ରଥମେ ଗୋଲାନ୍ଥରା ଥାନା ଓ ପରେ ବୈଦ୍ୟନଥପୁର ଥାନା ଅଂଚଳର ଘଟଣାର ପୂର୍ଣ୍ଣଛେଦ ନ ହେଉଣୁ ଆଉ ଏକ ଘଟଣା ସାଧାରଣରେ ସ୍ତବ୍ଧ କରିଛି।ରାଜ୍ୟର ପ୍ରମୁଖ ପର୍ୟ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଘଟିଇଛି। ରବିବାର ଦିନ ଅପରାହ୍ନ ସମୟରେ ଜଣେ +୩ ପଡୁଆ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ।
ବେଳାଭୂମିର ଏକ ନିରୋଳା ଜାଗାରେ ବସିଥିବା ବେଳେ କିଛି ଅସାମାଜିକ ଯୁବକ ସେଠାକୁ ଆସି ପ୍ରଥମେ ପୁରୁଷ ବନ୍ଧୁଙ୍କୁ କାବୁ କରି ଜଣକ ପରେ ଜଣେ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ ଖୋଜା ଖୋଜି କରିବା ବେଳେ ଦୃର୍ବୁତ୍ତ ମାନେ ଅନ୍ୟ ରାଜ୍ୟ କୁ ଫେରାର ହେବା ବେଳେ ପ୍ରଥମେ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ତିନିଜଣଙ୍କୁ ଗିରଫ କରି ଅଧିକ ଅନୁସନ୍ଧାନ କରୁଥିବା ଜଣାପଡିଛି।
