ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ପିଛା କରିବା ମାମଲା ଚାଲିବ। ଦେଶର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିବା ପରେ ଦିଲ୍ଲୀ ପୋଲିସ୍ ଏହାର ତଦନ୍ତ କରିଥିଲା । ଆଜି ପୋଲିସ୍ ପକ୍ଷରୁ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ୧୦୦୦ ପୃଷ୍ଠାର ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଏଥିରେ ଯୌନ ନିର୍ଯାତନା ଓ ଷ୍ଟଲକିଂ ଅଭିଯୋଗର ପ୍ରମାଣ ମିଳିଥିବା ପୋଲିସ ଦର୍ଶାଇଛି। ତେବେ ଜଣେ ନାବାଳିକାଙ୍କୁ ବ୍ରିଜ ଭୂଷଣ ଯୌନ ଶୋଷଣ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ତା’ର ପ୍ରମାଣ ପୋଲିସ୍ ପାଇନାହିଁ। ତେଣୁ ବ୍ରିଜ ଭୂଷଣଙ୍କ ନାଁରେ ପୋକ୍ସୋ ଆଇନ ଅନୁଯାୟୀ ରୁଜୁ ମାମଲାକୁ ହଟାଇବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି। ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ନାଁରେ ଜଣେ ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇବା ଚାର୍ଜ ଲାଗିଛି। ଏହା ଜାମିନବିହୀନ ଅପରାଧ। ଏହାବାଦ ଯୌନ ଶୋଷଣ ଓ ଷ୍ଟଲକିଂ ମାମଲା ବି ଚାଲିବ। ତେବେ ଏହି ଦୁଇ ମାମଲା ଜାମିନ ଯୁକ୍ତ।
Related Posts
ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ
- User 003
- February 26, 2024
- 0
ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା
- User 003
- February 15, 2024
- 0
ଭାରତର ସ୍ଵାଗତ ଦେଖି ସ୍ତବ୍ଧ ହେଲେ ବାଇଡେନ !
- Jajati express Reporter
- September 8, 2023
- 0