୨ କୁଖ୍ୟାତ ନକ୍ସଲ ଗିରଫ କଲା ମାଲକାନଗିରି ପୋଲିସ

୨ କୁଖ୍ୟାତ ନକ୍ସଲ ଗିରଫ

ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ୨ କୁଖ୍ୟାତ ମାଓବାଦୀକୁ ଗିରଫ କରିଛି। ଦୁଇ ମାଓବାଦୀ ଏସିଏମ କ୍ୟାଡରର। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ନିର୍ଦେଶକ୍ରମେ ଡିଭିଏଫ ଏବଂ ଏସଓଜି ଯବାନ ମାଥିଲି ଥାନା ଅନ୍ତର୍ଗତ ସୋଡିଗୁଡା ଏବଂ ତେନ୍ତୁଳିଗୁଡା ଅଂଚଳରେ ଚଢାଉ କରିଥିଲେ। ଗିରଫ ମାଓବାଦୀମାନେ ହେଲେ କାଙ୍ଗେରଘାଟି ଏରିଆ କମିଟିର ଏସିଏମ କେସା କାବାସୀ ଏବଂ ଆନ୍ଧ୍ର ଓଡିଶା ବଡର ଜୋନାଲ କମିଟିର ଏସିଏମ ରାକେଶ ଅରଫ ସୋନୁ କୁଞ୍ଜାମ। କେସାର ଘର ଛତିଶଗଡର ବସ୍ତର ଜିଲ୍ଲାର ଚନ୍ଦାମେଟାରେ ହୋଇଥିବା ବେଳେ ରାକେଶର ଘର ବିଜାପୁର ଜିଲ୍ଲାର ତୋମଡ ଗ୍ରାମରେ। ଦୁଇ ନକ୍ସଲ ନାମରେ ସରକାର ୪ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ଏମାନଙ୍କ ଠାରୁ ପୁଲିସ ପିସ୍ତଲ,ବିଦ୍ୟୁତ ଡିଟୋନେଟର,ଜୀବନ୍ତ ଗୁଳି,କୋଡେକ୍ସ ତାର,ରେଡିଓ,ଷ୍ଟିଲ ଡବା,ଵାକିଟକି,ଟର୍ଚ ଲାଇଟ,ବ୍ୟାଟେରୀ,କଟୁରି ଇତ୍ୟାଦି ଜବତ କରିଛି।