ପ୍ରଥମ ପର୍ଯ୍ୟାୟରେ ୫ଟି ପୋଷଣ କେନ୍ଦ୍ର ଖୋଲାଯିବ

ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର

ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ- ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ରିହାତି ଦରରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ । ସବସିଡି ଦରରେ ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ମିଳିବ ।  କମ୍ ଦାମରେ ଏସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିବା କାରଣରୁ ସାଧାରଣ ଖାଉଟି ଲାଭବାନ ହେବେ ବୋଲି ମନ୍ତ୍ରୀ ଆଶା ରଖିଥିବା କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହି ସବୁିଧା ଉପଲବ୍ଧ କରାଯିବା ନେଇ କହିଛନ୍ତି ମନ୍ତ୍ରୀ  । ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଯୋଗ୍ୟତା ମାପଦଣ୍ଡ କ’ଣ ରହିବ ସେନେଇ ବିଭାଗ ଗାଇଡଲାଇନ ପ୍ରସ୍ତୁତ କରୁଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଅଛନ୍ତି । ତେବେ ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ।