ଭୁନେଶ୍ୱରରୁ ଆବୁଧାବି ସିଧାସଳଖ ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରୁ UAE ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ଭୁନେଶ୍ୱରରୁ ଆବୁ ଧାବି ଉଡ଼ିଲା ସିଧାସଳଖ ବିମାନ । ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ 9.35 ସମୟରେ ବିମାନ ଉଡାଣ ଭରିଥିଲା । ଯୋଗାଯୋଗ ସମ୍ପର୍କ ସମେତ ବ୍ୟବସାୟିକ ସମ୍ପର୍କ ଆଶା ବଢିଛି । ୟୁନାଇଟେଡ଼ ଷ୍ଟେଟସ ଅଫ ଏମିରେଟସ ସହ ସିଧାସଳଖ ବିମାନ ସେବା ଯୋଡି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି ।
ଏହି ନନ୍-ଷ୍ଟପ୍ ବିମାନ ସେବା ମାଧ୍ୟମରେ ସପ୍ତାହରେ ତିନିଥର ବୁଧବାର, ଶୁକ୍ରବାର ଏବଂ ରବିବାର ଉଡ଼ାଣ କରି ଭୁବନେଶ୍ୱରକୁ ଆବୁଧାବି ସହିତ ସଂଯୋଗ କରିବ। ଭୁବନେଶ୍ୱରରୁ ପୂର୍ବାହ୍ନ ୯ଟା ୩୫ରୁ ଉଡ଼ାଣ ଆରମ୍ଭ କରି, ବିମାନଟି ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ୧୨ଟା ୩୫ରେ ୟୁଏଇର ରାଜଧାନୀରେ ଅବତରଣ କରିବ। ପ୍ରାୟ ଚାରି ଘଣ୍ଟା ତିରିଶ ମିନିଟ୍ରେ ଇଣ୍ଡିଗୋ ବିମାନ ନିଜର ଯାତ୍ରା ସମାପ୍ତ କରିବ । ପ୍ରତ୍ୟାବର୍ତ୍ତନ ପର୍ଯ୍ୟାୟରେ ସ୍ଥାନୀୟ ସମୟ ଅନୁସାରେ ରାତି ୨ଟା ୩୫ରେ ଆବୁଧାବିରୁ ଉଡ଼ାଣ କରିବ ଏବଂ ପୂର୍ବାହ୍ନ ୮ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବ। ୱେବସାଇଟ୍ରେ ଉଲ୍ଲେଖ କରାଯାଇଛି ଯେ, ଏହି ନୂତନ ରୁଟ୍ ପାଇଁ ପ୍ରାରମ୍ଭିକ ଭଡ଼ା ଭୁବନେଶ୍ୱରରୁ ଆବୁଧାବି ପାଇଁ ଏକପାଖିଆ ଟିକେଟ୍ ପାଇଁ ୧୨,୬୮୫ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହାର ଫେରିବା ଭଡ଼ା ୧୬,୧୩୨ ଟଙ୍କା ରହିଛି।
