ସ୍ନାନବେଦୀରେ ମହାପ୍ରଭୁଙ୍କ ନୀତିକାନ୍ତି

ସ୍ନାନବେଦୀରେ ହେଉଛି ମନ୍ଦିର ଭିତରର ନୀତିକାନ୍ତି

ସ୍ନାନ ବେଦି ଉପରେ ଅନୁଷ୍ଠିତ ହେଉଛି ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି । ସକଳ ଭକ୍ତ ସନ୍ଦର୍ଶନ କରୁଛନ୍ତି ସେସବୁ ନୀତି । ସମସ୍ତ ନୀତି ଶେଷ ପରେ ସୁବାସିତ ଜଳରେ ସ୍ନାନ କରିବେ ଠାକୁର । ସ୍ନାନ ବେଦିକୁ ଆସିବା ପରେ ଅନୁଷ୍ଠିତ ହୋଇଛି ଠାକୁରଙ୍କର ଅବକାଶ ନୀତି । ଏହାପରେ ହେବ ଗୋଟିଏ ପରେ ଗୋଟିଏ ନୀତି । ଚାରି ଠାକୁରଙ୍କୁ ଅର୍ପଣ କରାଯାଉଛି ପୁଷ୍ପ, ତୁଳସୀର ଗୁଚ୍ଛ । ଆହା କି ସୁନ୍ଦର ଦିଶୁଛନ୍ତି ବଡ଼ ଦିଅଁ । ସେହି ରାମ, ସେ ହିଁ କୃଷ୍ଣ , ସେ ପୁଣି ମହାମେରୁ ଶ୍ରୀଜଗନ୍ନାଥ । ସେ ହିଁ ବଳଭଦ୍ର, ପୁଣି ହରିଦ୍ରାମୁଖୀ ମାଆ ସୁଭଦ୍ରା । କେବଳ ପରିବାରର ଶୃଙ୍ଖଳାକୁ ଦର୍ଶାଇବାକୁ ଏକରୁ ହୋଇଛନ୍ତି ଅନେକ ।  ଆଜି ମହାପ୍ରଭୁଙ୍କ ଆବିର୍ଭାବର ଦିବସ । ଆଜି କେତେ ଫୁଲ ପତ୍ରରେ ସଜେଇ ହେଉଛନ୍ତି ଠାକୁରେ । ଯେତେ ଯାହା ଦେଲେ ବି ତାକୁ ନିଅଣ୍ଟ ପଡ଼େ । ହେଲେ ଗୋଟିଏ ଫୁଲରେ ବି ସେ ସନ୍ତୁଷ୍ଟ ହୁଅନ୍ତି । ସେ କେତେବେଳେ ବିଶ୍ବର ହେବା ପାଇଁ କଣ୍ଟିଲୋର ସେ ବଣ ପାହାଡ଼ ଘେରା ଗୁମ୍ଫାରୁ ବାହାରି ଆସନ୍ତି ପୁଣି ଜଣେ ଭକ୍ତର ହେବା ପାଇଁ କେବେ ଗୋଟେ ପର୍ଣ୍ଣ କୁଡ଼ିଆରେ ଆବିର୍ଭାବ ହୁଅନ୍ତି ।