ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି ପଚାରିଲେ ବିଜେଡି ସୁପ୍ରିମୋ

ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ୍‌

ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ୍‌। ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ୍‌ କଲେ ନବୀନ ପଟ୍ଟନାୟକ। କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି ପଚାରିଲେ ବିଜେଡି ସୁପ୍ରିମୋ। କେବଳ ଲମ୍ବା ଭାଷଣ, ବଡ ଆଡ୍‌ଭଟାଇଜମେଣ୍ଟରେ ବିକାଶ ହୁଏନି। BSKY ସୁବିଧା ଆୟୁଷ୍ମାନ ଭାରତରେ ମିଳୁନି, ବିନା ଟଙ୍କାରେ ଚିକିତ୍ସା ହେଉନି। ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ସଶକ୍ତ ହୋଇଥିଲେ, ବର୍ଷକ ଭିତରେ ମିଶନ ଶକ୍ତି ଆନ୍ଦୋଳନ ଦୁର୍ବଳ ହୋଇଛି। ‘ନିର୍ବାଚନ ବେଳେ କଟ୍‌ନୀ ଛଟ୍‌ନୀ ହେବନି କହିଲେ, ବନ୍ଦ ହୋଇଛି କି? ୨୦୦୦ରେ ଲୋନ୍‌ ବୋଝ ଥିଲା ୧୮ ହଜାର କୋଟି। ୨୦୨୪ରେ ଦାୟିତ୍ବ ଛାଡ଼ିବା ବେଳେ ୪୫ ହଜାର କୋଟି ବଳକା ଥିଲା। ବିଜେଡି ବିରୋଧୀଦଳ ଭାବେ ଲୋକଙ୍କ ସାଥିରେ ରହିଛି।

ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି  ସରକାର ଓଡିଶାର ଶାସନ ଦାୟୀତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ  ଲମ୍ବା ଭାଷଣ,  ବଡ  ବଡ  Advertisement ରେ ବିକାଶ ଆସେ ନାହିଁ । ଆମ ସରକାର ସମୟରେ ଓଡିଶାର 90 % ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ୍ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି ।ହଜାର ହଜାର ଲୋକ ହଇରାଣ । ମା’ ମାନେ ହଇରାଣ । ବୁଢା ବୁଢି ହଇରାଣ । କ୍ୟାନ୍ସର ରୋଗୀ ହଇରାଣ । ପିଲାମାନେ ହଇରାଣ । Health System  ପୁରା Collapse କରିଛି । Out of 30 Districts, CDMO post is vacant in 19 Districts. This is the success of the present Government. ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ Empower ହୋଇଥିଲେ । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି Movement କୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି  ହତାଶ । ମା’ ମାନଙ୍କ Self confidence  ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି Movement ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ Empowerment ରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ । Election ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ MSP ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି ।  ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ Agricultural Loan ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେ Irrigation ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର ।  କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ ।