ରଥଯାତ୍ରା: ଚକ-ଅଖ ଥାକ ସହ ଦିଗ ନିର୍ଣ୍ଣୟ ଶେଷ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦୃତଗତିରେ ଆଗେଇ ଚାଲିଛି ୩ ରଥର ନିର୍ମାଣ କାମ । ବର୍ତମାନ ସୁଦ୍ଧା ତିନିରଥର ଦଣ୍ଡା ଫ୍ରେମର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଂ କରାଯାଇଛି । ଏବେ କଳସା ପାଇଁ ମାପ ଚିହ୍ନ ଗାରିଆ ସହ ରଥ ଖଳାରେ ରଥର ବିଭିନ୍ନ ଅଂଶ ନିର୍ମାଣ ଜାରି ରହିଛି। ୩ ରଥର ଚକ – ଅଖ ଥାକ ସହ ଦିଗ ନିର୍ଣ୍ଣୟ ଶେଷ ହୋଇଛି । ତିନିରଥର ଚକ – ଅଖ ଥାକ ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

ତିନିରଥର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ ପୂର୍ବକ ଚକ । ଅଖ ଥାକ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ହେଁ,ନନ୍ଦିଘୋଷ ରଥ ଅଖ ଗୁଡ଼ିକର ସଂଶୋଧନ କାର୍ଯ୍ୟ ହେତୁ ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇପାରିନାହିଁ। ତାଳଧ୍ଵଜ ରଥ ଏବଂ ଦର୍ପଦଳନ ରଥର ଅଖ ଗୁଡ଼ିକର ସଂଶୋଧନ କାର୍ଯ୍ୟ ବିଶେଷ ନଥିବାରୁ ତାଳଧ୍ଵଜ ରଥ ଏବଂ ଦର୍ପଦଳନ ରଥର ଚକର ଦିଗ ନିର୍ଣ୍ଣୟ ପୂର୍ବକ ଚକ । ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଛି । ଚକ ଆଗକୁ ନ ଗଡ଼ିବା ପାଇଁ ଚକ ଦୁଇ ପାର୍ଶ୍ଵରେ ବନ୍ଧ ଲାଗି କରାଯାଇଛି ।
