ସକାଳ ସାଢେ ୮ଟା ସୁଦ୍ଧା ୩୪.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପୁରୀ
ଅସମ୍ଭାଳ ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଡିଗ୍ରୀ ବଢିପାରେ ପାରଦ । ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛି ଜନଜୀବନ। ଆଜିଠୁ ଆହୁରି ଜାଳିବ । ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପୁରୀ । ବାଲେଶ୍ବରରେ ୩୩, ଚାନ୍ଦବାଲିରେ ୩୨.୮, ଭୁବନେଶ୍ବରରେ ୩୨, ଗୋପାଳପୁରରେ ୩୧.୮ ଓ ପାରାଦ୍ବୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ତିନି ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ବିଶେଷକରି ଉପକୂଳ ଓଡ଼ିଶାରେ ଗରମ ଓ ଆର୍ଦ୍ରତା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ରାଜ୍ୟର ଅନ୍ୟ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ବାଲେଶ୍ବର, ଭଦ୍ରକ, ଗଜପତି, ଜଗତସିଂହପୁର, ପୁରୀ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
