ପଦାରେ ପଡ଼ିଲା ଓ୍ବେଷ୍ଟଇଣ୍ଡିଜ ବୋର୍ଡର ଅସାମର୍ଥ୍ୟତା

ଓ୍ବେଷ୍ଟଇଣ୍ଡିଜ୍ ଆତିଥ୍ୟକୁ ନେଇ ଅସନ୍ତୋଷ ଝାଡ଼ିଲେ ପାଣ୍ଡ୍ୟା

ଭାରତୀୟ ଯୁବ ବାହିନୀ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଛି । ଏହାପରେ ଦଳର କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ନାହାନ୍ତି। ତେବେ ଟିମର ପ୍ରଦର୍ଶନକୁ ନେଇ ନୁହେଁ, ବରଂ ୱେଷ୍ଟଇଣ୍ଡିଜ୍‌ରେ ଖେଳାଳିଙ୍କୁ ମିଳିଥିବା ଆତିଥ୍ୟକୁ ନେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାରତୀୟ କ୍ରିକେଟର୍ସଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ଇଣ୍ଡିଜ ବୋର୍ଡ ଅସମର୍ଥ ହେଉଛି ବୋଲି ହାର୍ଦ୍ଦିକ କହିଛନ୍ତି। ଦଳ କୌଣସି ଲକ୍ଜୁରୀ ଜିନିଷ ଚାହୁଁ ନାହିଁ। କିନ୍ତୁ ଆଗକୁ ଆସୁଥିବା ସମୟରେ ଭାରତୀୟ ଟିମ ଏଠାକୁ ଆସିବା ବେଳେ ଇଣ୍ଡିଜ୍‌ ବୋର୍ଡ ମୌଳିକ ଆବଶ୍ୟକତା ପ୍ରତି ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ସହ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟ-୨୦ ସିରିଜ ଖେଳିବାକୁ ସେଠାକୁ ଯାଇଛି। ଟେଷ୍ଟ ଓ ଦିନିକିଆ ସିରିଜ ଶେଷ ହୋଇଥିବା ବେଳେ ଟି-୨୦ ସିରିଜ ଏଯାଏ ଆରମ୍ଭ ହୋଇନି। କିନ୍ତୁ ହାର୍ଦ୍ଦିକ ଶେଷ ଦିନିକିଆ ପରେ ଇଣ୍ଡିଜ ବୋର୍ଡ ଖେଳାଳିଙ୍କ ମୌଳିକ ଆବଶ୍ୟକତା ପୂରଣ କରି ପାରୁ ନଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।