ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ
ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ । ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏ ନେଇ ଏମଓୟୁ ସରିଛି । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ଗତବର୍ଷ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ପ୍ରାଥମିକ ଭାବେ ହାଇଡ୍ରୋଜେନ ବସ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ ରହିଛି । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା ଚାଲିବ । ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ ବଦଳାଇବା ପାଇଁ ଏହି ବସର ଡିଜାଇନ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ 12 କିଲୋମିଟର ମାଇଲେଜ ପ୍ରଦାନ କରିବ । ବସ ଗଡିଲେ 50-55 ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଦିଲ୍ଲୀ, ଲଦାଖଠୁ ବହୁତ କମ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ ।
