ବାଂଲାଦେଶରୁ ଆମଦାନୀ ଉପରେ ପ୍ରତିବନ୍ଧ ଲଗାଇଲା ଭାରତ
ପାକିସ୍ତାନ ପରେ ବାଂଲାଦେଶକୁ ଭାରତର ଝଟକା । ଆମଦାନୀ ଉପରେ ପ୍ରତିବନ୍ଧ ଲଗାଇଛି ଭାରତ। ବାଂଲାଦେଶରୁ ଭାରତକୁ ଆସୁଥିବା ରେଡିମେଡ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ଓ ପ୍ଲାଷ୍ଟିକ ସାମଗ୍ରୀର ଆମଦାନୀ ଉପରେ ବନ୍ଦର ନିୟନ୍ତ୍ରଣ ଲଗାଇବା ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ଏ ନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ- DGFT ଓ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁସାରେ ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନର ନିଦ ହଜାଇ ଦେଇଛି ଭାରତ । ପାକିସ୍ତାନ ଉପରେ ପ୍ରଥମେ ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇଥିଲା ଭାରତ ପରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଠିକ୍ ସେହିପରି ଏବେ ବାଂଲାଦେଶ ଉପରେ କଟକଣା ଲଗାଇଛି ଭାରତ। ବାଂଲାଦେଶୀ ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ। ଭାରତକୁ ଆମଦାନୀ ଉପରେ କଟକଣା ଲଗାଇଲେ ସରକାର। ଉତ୍ତର ପୂର୍ବାଞ୍ଚଳ ରାଜ୍ୟରୁ ଆଉ ମୁକ୍ତ ବାଣିଜ୍ୟ କରିପାରିବନି ବାଂଲାଦେଶ । ଫଳରେ ବିପୁଳ ଆର୍ଥିକ ଓ ବାଣିଜ୍ୟକ କ୍ଷତି ସହିବ । ତେବେ ଏହା ବନ୍ଦର ନିୟନ୍ତ୍ରଣ ଭାରତ ଦେଇ ନେପାଳ ଏବଂ ଭୂଟାନ ଅଭିମୁଖେ ଯାଉଥିବା ବାଂଲାଦେଶର ପଣ୍ୟ ଉପରେ ପ୍ରଯୁଜ୍ୟ ହେବ ନାହିଁ ।
