ରତ୍ନଭଣ୍ଡାର ଓ ଗର୍ଭଗୃହ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

୨୯ ଏପ୍ରିଲ୍ ଠାରୁ ୨୭ ଜୁନ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ୍

ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଓ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ  ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟିର ସଦସ୍ୟ ଡ ଏନ୍ ସି ପାଲ, ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ଉନ୍ନୟନ ପ୍ରଶାସକ ଯୋଗ ଦେଇଥିଲେ । ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୯ ଏପ୍ରିଲ୍ ୨୦୨୫ ଠାରୁ ୨୭ ଜୁନ ୨୦୨୫ ପର୍ଯ୍ୟନ୍ତ ଶ୍ରୀଜୀଉ ମାନଙ୍କ ବିଶେଷ ନୀତି ଯୋଗୁଁ ରତ୍ନ ଭଣ୍ଡାର ମରାମତି ଓ  ସଂରକ୍ଷଣ କାର୍ଯ୍ୟ ବନ୍ଦ୍ ରହିବ । ରତ୍ନଭଣ୍ଡାରର ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି କାର୍ଯ୍ୟ ରଥଯାତ୍ରା ପରେ ହିଁ ସଂପୂର୍ଣ୍ଣ ହେବ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଛି ।  ଗ୍ରାନାଇଟ ଫ୍ଲୋରିଂ କାମ ବାକି ରହିଛି । ବାହାର ଭଣ୍ଡାରରେ ୯ ଟି ବକ୍ସ ବୀମ ଲାଗିଛି । ଆହୁରି ୫ ଟି stainless still ବିମ ଲାଗିବ। ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ ପ୍ରଣାଳୀରେ ଜାରି ରହିଛି କାର୍ଯ୍ୟ । ୨୭୭ ପଥର ପ୍ରତିସ୍ଥାପନ ହୋଇଛି । ୧୪୮ ଟି ଭିତର ଭଣ୍ଡାରରେ ଓ ୧୧୫ ପଥର  ବାହାର ଭଣ୍ଡାରରେ ସ୍ଥାପନ ହୋଇଛି । ଆଗାମୀ ଦିନରେ ରତ୍ନଭଣ୍ଡାର ଅମୁହାଁ ଦେଉଳର ବାହାର ପାର୍ଶ୍ଵ କେମିକାଲ ୱାସିଙ୍ଗ ହେବ । ଡିସେମ୍ବର ୧୭ ଠାରୁ ୨୫ ଏପ୍ରିଲ ୨୦୨୫ ଯାଏଁ ବିଭିନ୍ନ ନୀତି ଯୋଗୁଁ ହାରାହାରି ୧୯୩ ଘଣ୍ଟା ୫ ମିନିଟ୍ କାର୍ଯ୍ୟ କରିଛି ଏ ଏସ ଆଇ ।