ଯୁଦ୍ଧ ବିରାମ ଘୋଷଣା ପରେ ସ୍ବାଭାବିକ ହୋଇଛି ବିମାନସେବା

ସ୍ବାଭାବିକ ହେଲା ବିମାନସେବା

ଯୁଦ୍ଧ ବିରାମ ଘୋଷଣା ପରେ ସ୍ବାଭାବିକ ହୋଇଛି ବିମାନସେବା । ଭାରତର ୩୨ଟି ବିମାନବନ୍ଦର, ଯାହା ୧୫ ମେ ୨୦୨୫ ସକାଳ ସାଢେ 5ଟା ପର୍ଯ୍ୟନ୍ତ ନାଗରିକ ବିମାନ ଚଳାଚଳ ପାଇଁ ବନ୍ଦ ରହିଥିଲା, ତାହା ଏବେ ତୁରନ୍ତ ପ୍ରଭାବରୁ ପୁଣି ଖୋଲା ଯାଇଛି । ଏୟାରପୋର୍ଟସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ନିଜ ବିମାନ ଯାତ୍ରାର ସ୍ଥିତି ସିଧାସଳଖ ଏୟାରଲାଇନ୍ସ ସହ ଯୋଗାଯୋଗ କରି ଯାଞ୍ଚ କରନ୍ତୁ ଏବଂ ନିୟମିତ ଅପଡେଟ୍ ପାଇଁ ଏୟାରଲାଇନ୍ସର ଓ୍ଵେବସାଇଟ୍ ଚେକ୍ କରନ୍ତୁ ।