ଶେଷ ହୋଇନି ‘ଅପରେସନ ସିନ୍ଦୂର’: ଭାରତୀୟ ବାୟୁସେନା
ଭାରତୀୟ ବାୟୁସେନା ବଡ଼ ବୟାନ ଦେଇଛି । ଯାହାକୁ ଶୁଣିଲେ ପାକିସ୍ତାନର ନିଦ ପୁଣି ଉଡ଼ିବ । ଇଣ୍ଡିଆନ୍ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ସିନ୍ଦୂର ଏଯାଏଁ ଶେଷ ହୋଇନି । IAF ପକ୍ଷରୁ ଜାରି ହୋଇଥିବା ଏହି ବୟାନରେ କୁହାଯାଇଛି ଯେ ‘ଭାରତୀୟ ବାୟୁ ସେନା ଅପରେସନ୍ ସିନ୍ଦୂରରେ ଦିଆଯାଇଥିବା କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରିଛି ।

ରାଷ୍ଟ୍ରୀୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିବେକପୂର୍ଣ୍ଣ ବିଚାର କରି ସଞ୍ଚାଳନ କରାଯାଉଛି । ଯେହେତୁ ଅପରେସନ ଜାରି ରହିଛି , ତେଣୁ ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଠିକ୍ ସମୟରେ ସଠିକ ତଥ୍ୟ ଦିଆଯିବ । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ ।’ ଏନେଇ ‘X’ ରେ ସୂଚନା ଦେଇଛି ଭାରତୀୟ ବାୟୁସେନା ।
