ଆତଙ୍କବାଦୀ କାର୍ଯ୍ୟକଳାପକୁ ଯୁଦ୍ଧ ଭାବେ ବିବେଚନା କରିବ ଭାରତ

ଭବିଷ୍ୟତରେ ଆତଙ୍କୀ ହମଲା କଲେ ଯୁଦ୍ଧ ଭାବେ ଜବାବ ଦିଆଯିବ

ଆତଙ୍କବାଦୀ କାର୍ଯ୍ୟକଳାପକୁ ଯୁଦ୍ଧ ଭାବେ ବିବେଚନା କରାଯିବ । ଆତଙ୍କବାଦୀ ହମ୍ ଲାକୁ ଆକ୍ଟ ଫର ୱାର୍ ଧରାଯିବ । ଆତଙ୍କବାଦୀ ଆକ୍ରମଣକୁ ବରଦାସ୍ତ କରିବନି ଭାରତ । ଭବିଷ୍ୟତରେ ଆତଙ୍କୀ ହମଲା କଲେ ଯୁଦ୍ଧ ଭାବେ ଜବାବ ଦିଆଯିବ । ଭାରତ ସରକାରଙ୍କ ବିଶେଷ ସୂତ୍ରରୁ ସୂଚନା ରହିଛି। ଏହାଦ୍ୱାରା ଆଗାମୀ ସମୟରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଯଦି ପାକିସ୍ତାନରେ ପ୍ରଶିକ୍ଷିତ ଆତଙ୍କବାଦୀମାନେ ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ଭାରତ ଏହାକୁ ପାକିସ୍ତାନ ସରକାର ଏବଂ ସେନା ଦ୍ୱାରା ଭାରତ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରିବ। ଏବଂ ପାକିସ୍ତାନ ବିରୋଧରେ ଭାରତ ସିଧା ସଳଖ ଯୁଦ୍ଧ କରିବାକୁ ପଚାଇବା ନାହିଁ । ଏହି ଯୁଦ୍ଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସିଧାସଳଖ କ୍ଷମତା ମିଳିବ । ଏପରି ନିଷ୍ପତ୍ତି ଭାରତର ଆତଙ୍କବାଦ ବିରୋଧୀ ଯୁଦ୍ଧ ଓ ପାକିସ୍ଥାନ ନୀତିରେ ଏକ ବଡ଼ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି ।