‘ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ’
ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଆତଙ୍କବାଦୀ ସମର୍ଥକଙ୍କୁ ଛାଡ଼ିବୁ ନାହିଁ। ତାଙ୍କ ବିରୋଧରେ ହେବ ନିର୍ଣ୍ଣାୟକ ଲଢ଼େଇ । ମାନବଜାତି ଉପରେ ଆତଙ୍କବାଦ ସବୁଠୁ ବଡ଼ ବିପଦ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଙ୍ଗୋଲା ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ବେଳେ ବର୍ଷିଛନ୍ତି ମୋଦି । ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ଲୁରେଙ୍କୋଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏହି କଥା ପୁଣିଥରେ ଦୋହରାଇଛନ୍ତି। ପହଲଗାମ ଆକ୍ରମଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଏକମତ ଯେ ଆତଙ୍କବାଦ ମାନବତା ପାଇଁ ସବୁଠାରୁ ବଡ଼ ବିପଦ। ଏହା ସହିତ, ପ୍ରଧାନମନ୍ତ୍ରୀ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଲୋରେନ୍ସୋ ଏବଂ ଆଙ୍ଗୋଲାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
