ଖୋଲିଲା ବାବା କେଦାରନାଥ ମନ୍ଦିରର ଦ୍ୱାର

ଖୋଲିଲା ବାବା କେଦାରନାଥ ମନ୍ଦିରର ଦ୍ୱାର

ଖୋଲିଲା କେଦାରନାଥ ମନ୍ଦିରର ଦ୍ୱାର। ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି। ପୂଜାର୍ଚ୍ଚନା ଓ ମନ୍ତ୍ରଧ୍ୱନୀରେ କମ୍ପିଲା ପରିବେଶ। ଜାରି ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ପ୍ରଭୁ କେଦାରନାଥ ମନ୍ଦିରକୁ ୧୩ କ୍ୱିଣ୍ଟାଲ ଫୁଲରେ ସଜ୍ଜା ହୋଇଛି। ହର ହର ମହାଦେବ ଧ୍ୱନୀରେ କମ୍ପି ଉଠୁଛୁ ଚତୁଃର୍ଦିଗ।  ଆଜି କେଦାରନାଥ ଧାମରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ ଯାତ୍ରୀଙ୍କ ଆଗମନକୁ ଦେଖି ସୋନପ୍ରୟାଗରୁ ଆରମ୍ଭ ହୋଇଛି ହେଲିକପ୍ଟର ସେବା। ଫଳରେ ଭକ୍ତମାନେ ସହଜରେ ମନ୍ଦିରରେ ପହଞ୍ଚିପାରିବେ। ପରମ୍ପରା ଅନୁସାରେ ଭୈରବ ଉପତ୍ୟକାରେ ଥିବା ଭୈରବ ମନ୍ଦିରରୁ ମା’ଗଙ୍ଗାଙ୍କ ଉତ୍ସବ ଦୋଳି ଗଙ୍ଗୋତ୍ରୀ ଧାମରେ ପହଞ୍ଚିଥିଲା।  କେଦାରନାଥ ଧାମ ଖୋଲୁଥିବାରୁ ମନ୍ଦିର ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।