BBC’କୁ ଚେତାବନୀ: ଆତଙ୍କବାଦୀଙ୍କ ପାଇଁ ‘ମିଲିଟାଣ୍ଟ’ ଶବ୍ଦ ବ୍ୟବହାରକୁ ଚେତାବନୀ
ଖବର ପ୍ରସାରଣ ଉପରେ BBCକୁ ଚେତାବନୀ। ପାକିସ୍ତାନର ୧୬ ଚ୍ୟାନେଲ ବ୍ୟାନ୍ ସହ BBCକୁ ଚେତାବନୀ। ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ସତର୍କ କରାଇଲା ଭାରତ। ପକ୍ଷପାତୀ ଖବର ପ୍ରସାରଣକୁ ନେଇ ସତର୍କ କରାଇଲେ। ଆତଙ୍କବାଦୀଙ୍କ ପାଇଁ ‘ମିଲିଟାଣ୍ଟ’ ଶବ୍ଦ ବ୍ୟବହାରକୁ ଚେତାବନୀ। BBC ଭାରତ ମୁଖ୍ୟଙ୍କୁ ଚିଠି ଲେଖି ସତର୍କ କରାଇଲା ଭାରତ। ଆତଙ୍କବାଦୀଙ୍କୁ ଯୋଦ୍ଧା ବୋଲି ଦର୍ଶାଇଥିଲା ବିବିସି । ଏନେଇ କେନ୍ଦ୍ର ସରକାର ବିବିସି ମୁଖ୍ୟଙ୍କୁ ଚିଠି ଲେଖି ଏହା କିପରି ରିପୋର୍ଟିଂ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଛି ବୋଲି ମଧ୍ୟ କୁହାଯାଇଛି । ପହଲଗାମରେ ଆକ୍ରମଣ ପରେ ଆକ୍ସନମୋଡରେ ଭାରତ ସରକାର । ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାରତ । ପାକିସ୍ତାନର ୧୬ଟି ୟୁଟୁବ୍ ଚ୍ୟାନେଲ୍କୁ ଭାରତ ବ୍ୟାନ୍ କରାଯାଇଥିବା ନେଇ ସୂଚନା ରହିଛି ।
