ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ବଡ଼ ବୈଠକ
ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ବଡ଼ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଏନଏସଏ ଅଜିତ ଡୋଭାଲ ବୈଠକରେ ଉପସ୍ଥିତ ଅଛନ୍ତି । ଏଥିରେ ବଡ଼ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରି ପାରନ୍ତି ଭାରତ ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ସେପଟେ ସବୁ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର। ପହଲଗାମ, ବୈସାରଣ ଭ୍ୟାଲି ଆକ୍ରମଣ ତଦନ୍ତରେ ମିଳୁଥିବା ବଡ଼ ବଡ଼ ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ।
