ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ
ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା ବିଏସଏଫ (ସୀମା ସୁରକ୍ଷା ବାହିନୀ) ଯବାନ ପୂର୍ଣ୍ଣମ କୁମାର ଶାୱଙ୍କୁ ପାକିସ୍ତାନ ଦ୍ୱାରା ଅଟକ ରଖାଯାଇଥିଲା। ଏତେଦିନ ପରେ ଖବର ନ ମିଳିବାରୁ ଖୋଦ୍ ପତ୍ନୀ ରଜନୀ ଶାୱ ଏବେ ତାଙ୍କ ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଯାତ୍ରା କରିଛନ୍ତି। ସେ ବର୍ତ୍ତମାନ ପଞ୍ଜାବର ଫେରୋଜପୁରକୁ ଯାତ୍ରା କରିଛନ୍ତି। ଏହି ଘଟଣା ଏପ୍ରିଲ ୨୩ରେ ଘଟିଥିବା ବେଳେ, ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଯବାନଙ୍କ ପରିବାରର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ପଶ୍ଚିମବଙ୍ଗର ହୁଗଳୀ ଜିଲାର ରିଶ୍ରାରେ ରହୁଥିବା ପୂର୍ଣ୍ଣମ କୁମାର ଶାୱ (୪୦) ବିଏସଏଫରେ ୧୮୨ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ। ବିଏସଏଫ ଅଧିକାରୀଙ୍କ କହିବା ଅନୁଯାୟୀ, ସୀମା ନିକଟରେ କୃଷକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଶାୱ ଏକ ଗଛ ତଳେ ବିଶ୍ରାମ କରୁଥିବା ବେଳେ ଅଜାଣତରେ ପାକିସ୍ତାନ ଅଞ୍ଚଳକୁ ପଶି ଯାଇଥିଲେ। ଏହାପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଆଟକ କରି ସୀମା ଚୌକିରୁ ଦୂରକୁ ନେଇ ଯାଇଛନ୍ତି। ଶାୱ ଏକରୀରେ ଥିବା ବେଳେ ତାଙ୍କ ସାଙ୍ଗରେ ସର୍ଭିସ ରାଇଫଲ ମଧ୍ୟ ଥିଲା।
ରଜନୀ ଶାୱ, ଯିଏକି ଗର୍ଭବତୀ ଅଛନ୍ତି। ସେ କହିଛନ୍ତି, ମୁଁ ମୋ ସ୍ବାମୀଙ୍କ ସହ ଶେଷ ଥର ମଙ୍ଗଳବାର ରାତିରେ କଥା ହୋଇଥିଲି। ବୁଧବାର ସକାଳ ୬ଟା ବେଳେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଆଟକ କରିଥିଲେ। ଚାରି ଦିନ ବିତି ଯାଇଛି, ମାତ୍ର ମୁଁ କେବଳ ଶୁଣୁଛି ଯେ ଫ୍ଲାଗ ମିଟିଂ ହେଉଛି। ମୁଁ ପଞ୍ଜାବର ପଠାନକୋଟ ଓ ଫିରୋଜପୁରକୁ ଯାଉଛି ଯେପରି ବିଏସଏଫ ଅଧିକାରୀଙ୍କ ଠାରୁ ମୋ ସ୍ବାମୀଙ୍କ ମୁକ୍ତି ପାଇଁ କ’ଣ କରାଯାଉଛି, ତାହା ଜାଣି ପାରିବି। ରଜନୀ ରବିବାର ଅମୃତସର ମେଲ ଟ୍ରେନରେ ତାଙ୍କ ଦୁଇ ଭଉଣୀ ଓ ଜଣେ ଭାଇଙ୍କ ସହ ଯାତ୍ରା କରିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଅନୁରୋଧ କରିବି।
