LTVରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ

ପାକିସ୍ତାନରୁ ଆସି ଲଙ୍ଗ ଟର୍ମ ଭିସା (LTV)ରେ ଥିବା ହିନ୍ଦୁଙ୍କର ଭିସା ହେବନି ରଦ୍ଦ

ଲଙ୍ଗ ଟର୍ମ ଭିସା (LTV)ରେ ଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ । ପାକିସ୍ତାନରୁ ଆସି LTVରେ ଥିବା ହିନ୍ଦୁଙ୍କର ଭିସା ରଦ୍ଦ ହେବନି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ସ୍ପଷ୍ଟୀକରଣ । ପାକିସ୍ତାନୀ ନାଗରିକଙ୍କ ପାଇଁ ସମ୍ପ୍ରତି ଭିଜା ସେବା ସ୍ଥଗିତ କରାଯିବା ସତ୍ତ୍ୱେ ହିନ୍ଦୁ ପାକିସ୍ତାନୀ ନାଗରିକଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦୀର୍ଘକାଳୀନ ଭିଜା (LTV) ବୈଧ ରହିବ। ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ, MEA କହିଛି, ‘ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ସ୍ଥଗିତ ରଖିବା ପାଇଁ ଭାରତ ସରକାରଙ୍କ ୨୪ ଏପ୍ରିଲ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରାଯାଇଛି ଯେ ଉକ୍ତ ନିଷ୍ପତ୍ତିରେ ଉଲ୍ଲେଖ କରାଯାଇଥିବା ଭିଜା ପ୍ରତ୍ୟାହାର ହିନ୍ଦୁ ପାକିସ୍ତାନୀ ନାଗରିକଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଦୀର୍ଘକାଳୀନ ଭିସା (LTV) ଉପରେ ପ୍ରଯୁଜ୍ୟ ନୁହେଁ। ଏହି LTV ବୈଧ ରହିଛି।’ ଜମ୍ମୁ ଓ କଶ୍ମୀରର ପହଲଗାମ ଘଟିଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।