ସାରା ରାତି ଏଲଓସିରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ
ଏଲଓସିରେ ପାକ୍ ସେନାର ଫାୟାରିଂ । ଏଲଓସିରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ପ୍ରଥମେ ପାକିସ୍ତାନ ପକ୍ଷରୁ ଫାୟାରିଂ ହୋଇଥିବା ସୂଚନା । ପାକ୍ ସେନାକୁ ଜବାବ ଦେଇଛି ଭାରତୀୟ ସେନା । ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ । ରାତିସାରା ଚାଲିଛି ଗୁଳି ବିନିମୟ । ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳି ନଥିବାବେଳେ ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି । ପହଲଗାମ୍ ଆତଙ୍କବାଦୀ ହମ୍ଲା ପରେ ଭାରତର ଆକ୍ସନରେ ଛାନିଆ ହୋଇପଡ଼ିଛି ପାକିସ୍ତାନ । ସାରା ରାତି ପାକ୍ ସେନା ଫାୟାରିଂ କରିଛନ୍ତି । ଏଲଓସିରେ ପାକ୍ ସେନାର ଏକାଧିକ ପୋଷ୍ଟରୁ ଏହି ଫାୟାରିଂ କରାଯାଇଛି । ଏନେଇ ଜଣେ ସେନା ଅଧିକାରୀ କହିଛନ୍ତି, ପ୍ରଥମେ ପାକିସ୍ତାନୀ ସେନା ସୀମାରେ ଛୋଟ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା । ଆମ ସେନା ଏହାର ପାଲଟା ଜବାବ ଦେଇଥିଲା । ଏହି ଫାୟାରିଂରେ କାହାର କୌଣସି କ୍ଷତି ହୋଇନି । ଅନ୍ୟପଟେ ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଆରମ୍ଭ ହୋଇଛି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ । ବାୟୁସେନାର ଦୁଇ ଷ୍ଟ୍ରଙ୍ଗ ଫାଇଟର ଜେଟ୍ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି । ଅମ୍ବାଲା ଓ ହସିମରା ଏୟାରବେସରୁ ରାଫେଲର ଯୁଦ୍ଧାଭ୍ୟାସ କରାଯାଇଛି । ପୂର୍ବ ଭାଗରେ ଥିବା ଏୟାରବେସରୁ ବାୟୁସେନାକୁ ଯୁଦ୍ଧ ବିମାନ ସବୁର ସ୍ଥାନାନ୍ତର ପ୍ରକ୍ରିୟା ବି ଆରମ୍ଭ ହୋଇଛି । ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର୍ ଜେଟର ବ୍ୟବହାର । ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ କରାଯାଉଛି ।
