ପ୍ରକାଶ ପାଇଲା IAS ରେଜଲ୍ଟ, ୪୮ତମ ସ୍ଥାନରେ ଓଡ଼ିଆ ଝିଅ
ପ୍ରକାଶ ପାଇଲା ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) ରେଜଲ୍ଟ-୨୦୨୪ । ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ହର୍ଷିତା ଗୋୟଲ ରହିଛନ୍ତି । ସେହିପରି ଡୋଙ୍ଗ୍ରେ ଅର୍ଚିତ ପରାଗ ୩ୟ ସ୍ଥାନରେ ଥିବା ବେଳେ ଶାହ ମାର୍ଗି ଚିରାଗ ୪ର୍ଥ ସ୍ଥାନରେ ରହିଛନ୍ତି। ଆକାଶ ଗର୍ଗ ପଞ୍ଚମ, କୋମଲ କୁନିଆ ଷଷ୍ଠ, ଆୟୁଶି ବଂଶଲ ୭ମରେ ରହିଛନ୍ତି । ସେହିପରି ରାଜ କ୍ରିଷ୍ଣା ଝା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ୯ମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି । ତେବେ ୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ । ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ , ୧୬୪ରେ ଦୀପ୍ତି ରଂଜନ ପତି , ୧୭୫ରେ ରଶ୍ମୀ ପ୍ରଧାନ , ୧୯୩ରେ ନୀଳମାଧବ ପ୍ରଧାନ , ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି।
