ପୂରଣ ହେବ IAS ବନିବା ସ୍ଵପ୍ନ
ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି କମନ ଆପ୍ଲିକେସନ ଫର୍ମ । ଏଥର କିନ୍ତୁ ନୂଆ ତରିକାରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ । ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଯେଉଁଥିରେ ୨୦୨୫-୨୬ ବର୍ଷ ପାଇଁ ଆସନ୍ତା ଜୁନ୍ ୮ ତାରିଖରେ ହେବ ପ୍ରବେଶିକା ପରୀକ୍ଷା । ଗତକାଲିଠୁ କମନ ଆପ୍ଲିକେସନ ଫର୍ମ ବା CAF ସାମସ୍ ୱେବସାଇଟରେ ଉପଲବ୍ଧ ହୋଇଛି । ଗ୍ରାଜୁଏସନ୍ ପାସ୍ କରିଥିବା ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଆଶାୟୀ ଛାତ୍ରଛାତ୍ରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ । ପ୍ରବେଶିକା ପରୀକ୍ଷାରେ ମନୋନୀତ ପିଲାମାନଙ୍କୁ ଫ୍ରିରେ UPSC ପ୍ରିଲିମ୍ ଓ ମେନ୍ ପରିକ୍ଷାପାଇଁ ୧୧ ମାସ କୋଚିଂ ଦିଆଯିବ ।
ସମୟସୀମା ଯାଞ୍ଚ କରନ୍ତୁ:
-୧୫.୦୪.୨୦୨୫ (ସନ୍ଧ୍ୟା ୪.୦୦ଟା) ରୁ SAMS ପୋର୍ଟାଲରେ ସାଧାରଣ ଆବେଦନ ଫର୍ମ (CAF) ଉପଲବ୍ଧତା ରହିଛି
-ଅନଲାଇନ୍ CAF ଆବେଦନର ଶେଷ ତାରିଖ: ୦୯.୦୫.୨୦୨୫ ,ରାତି ୧୧.୪୫ ଯାଏ ରହିଛି
-୦୩.୦୬.୨୦୨୫ SSB ୱେବସାଇଟରେ (www.ssbodisha.ac. in) ଆଡମିଟ କାର୍ଡ ଉପଲବ୍ଧ ହେବ
-୧୪.୦୫.୨୦୨୫ ରେ ୟୁପିଏସସି ପ୍ରବେଶ ପରୀକ୍ଷା ପରିଚାଳନା ପାଇଁ OCAC ଦ୍ୱାରା SSBକୁ ଆବେଦନକାରୀଙ୍କ ତଥ୍ୟ ଦାଖଲ କରିବ
-୦୮.୦୬.୨୦୨୫ ତାରିଖରେ ୟୁପିଏସସି ପ୍ରବେଶ ପରୀକ୍ଷା ହେବ
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ନୂଆକରି ଆଇଏଏସ୍ ପାଇଥିବା ଅଫିସର୍ ଏବଂ ବଚ୍ଛା ବଚ୍ଛା ପ୍ରଶିକ୍ଷକଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦେବାପାଇଁ ଚିନ୍ତା କରାଯାଇଛି । ଆଶା କରାଯାଉଛି ଏଭଳି ପ୍ରଶିକ୍ଷଣ ଦ୍ବାରା ଓଡ଼ିଶାର ପିଲାମାନେ UPSC ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ।
