ଶ୍ରୀମନ୍ଦିର ଉପରେ ବାନା ଧରି ଉଡିଲା ଚିଲ
ପୁରୀ ଆକାଶରେ ଅଭାବନୀୟ ଦୃଶ୍ଯ । ଶ୍ରୀମନ୍ଦିର ଉପରେ ବାନା ଧରି ଉଡିଲା ଚିଲ। ଶ୍ରୀମନ୍ଦିର ନିକଟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବାନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା । ଅନ୍ୟପଟେ ଏହି ଘଟଣାର ସତ୍ୟତା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହାର ତଦନ୍ତ କଲେ ପ୍ରକୃତ କଥା ଜଣାପଡିବ ।ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ। ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି। ହେଲେ ଆଜି ଏକ ଚିଲ ବାନା ନେଇ ନୀଳଚକ୍ର ଚତୁଃପାର୍ଶ୍ଵରେ ବୁଲୁଥିବାର ଦେଖିବାକୁ ମିଳିଥିଲା।
