ଓଡ଼ିଆ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଣା ସଂକ୍ରାନ୍ତି ଠାରୁ ନୂତନ ଓଡ଼ିଆ ନବବର୍ଷ ଥିବାରୁ ନୂତନ କ୍ୟାଲେଣ୍ଡରର ଶୁଭାରମ୍ଭ ହେବ। ତେଣୁ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ସ୍ୱତନ୍ତ୍ର ଲୋକାର୍ପଣ ଉତ୍ସବ କରାଯାଇଥିଲା।ସମସ୍ତେ ଜାଣନ୍ତି ଏହି ନବବର୍ଷର ମାହାତ୍ମ୍ୟ। ତେଣୁ ଓଡିଶା ବସିଙ୍କର ମଙ୍ଗଳ କାମାନା କରିବା ସହ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସାଙ୍ଗରେ ମୁଖ୍ୟ ଶାସନ ସଚିବ, ମୁଖ୍ୟ ପ୍ରଶାସକ, ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ଖୁବ ଶୀଘ୍ର ହେବ ପରିଚାଳନା କମିଟି। ଆଇନଗତ ବାଧକ ଥିବାରୁ କମିଟି ଗଠନ ହୋଇନାହିଁ। ତାର ପ୍ରକ୍ରିୟା ଆରମ୍ଭ ହେଲାଣି। ସେପଟେ ଧାଡି ଦର୍ଶନ ବ୍ୟବସ୍ଥା ହେବ।ରତ୍ନ ଭଣ୍ଡାର ମରାମତି ଚାଲିଛି ଆଗାମୀ ୨୦୦ବର୍ଷ ପାଇଁ କିଭଳି ସୁରକ୍ଷିତ ରହିବ ତା ଉପରେ ପଦକ୍ଷେପ ନିଆଯିବ। ସେପଟେ ଭକ୍ତଙ୍କ ଭିଡ଼ ରହୁଛି ଧାଡି ଦର୍ଶନ ଆରମ୍ଭ ହେଲେ ତାହା ବି ଦୂରହେବ ବୋଲି କହିଲେ ଆଇନ ମନ୍ତ୍ରୀ। ଏଥିସହ ଟଙ୍କ ତୋରାଣି ଭକ୍ତଙ୍କୁ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ।
