ରଥଯାତ୍ରା ପାଇଁ ଆସିଲା ରଥ ଦଉଡି଼

ପୁରୀରେ ପହଞ୍ଚିଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଦଉଡି଼

ପୁରୀରେ ପହଞ୍ଚିଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଦଉଡି଼ । ଓଡ଼ିଶା କତା ନିଗମ ଏହି ଦଉଡ଼ି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ ଦେଇଛି ।ରଥ ପାଇଁ ଆବଶ୍ୟକୀୟ କର୍ଡନ୍ ଓ ରଥ ଟଣା ଦଉଡ଼ି ଯୋଗାଇ ଦେବାକୁ ଗତ ୧୪ ଫେବୃଆରୀ ଠାରୁ ଚିଠି ଲେଖି ନିଗମକୁ ଅବଗତ କରାଇଥିଲା ଶ୍ରୀମନ୍ଦିର ପ୍ରଶାସନ।୧୪ ଟି ତେଲ ଲଗା ରଥ ଟଣା କତା ଦଉଡ଼ି ଯାହାର ପରିଧି ୩ଟି ଶୁଷ୍କ ବାହ୍ୟ କର୍ଡନ ଦଉଡ଼ି,୩ଟି ଶୁଷ୍କ ଇନର୍ ବା ଅନ୍ତଃ କର୍ଡ଼ନ ଦଉଡ଼ି, ୩ଟି ଶୁଷ୍କ ବାହ୍ୟ କର୍ଡନ ଦଉଡ଼ି, ୩ଟିପୋଲିସ ପ୍ରଶାସନ ପାଇଁ ଦଉଡ଼ି, ରଥ ପାଇଁ ଯୋଗାଇଛି କତା ନିଗମ ।ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ।ପ୍ଲାଇ, ୟାର୍ନ ଓ ପରିଧି ପରିମାପକ ଅନୁଯାୟୀ ଦଉଡ଼ି ଗୁଡ଼ିକ ଭିନ୍ନ ଭିନ୍ନ ମାପକ ବିଶିଷ୍ଟ ଅଟେ । ରଥଯାତ୍ରା କୁ ଆଉ ପ୍ରାୟ ଅଢେଇ ମାସ ସମୟ ଥିବା ବେଳେ ଯଥେଷ୍ଟ ଆଗୁଆ ଦଉଡ଼ି ଯୋଗାଇ ଦେଇଛି କତା ନିଗମ ।ଖୁବ୍ ଉନ୍ନତ ମାନର ଦଉଡ଼ି ଯୋଗାଇ ଦେଇଛି ନିଗମ ।