ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍କୁ ଏନକାଉଣ୍ଟର

ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର

ଭୁବନେଶ୍ୱରରେ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର । ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ୍କୁ ଏନକାଉଣ୍ଟର । ଶେଖ୍ ଜାମସେଦର ଗୋଡରେ ବାଜିଛି ଗୁଳି । ଖଣ୍ଡଗିରି ଅଞ୍ଚଳରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ ଦ୍ୱାରା ଏନକାଉଣ୍ଟର କରାଯାଇଛି । ଗୁରୁତର ଶେଖ୍ ଜାମସେଦ୍ ଏମ୍ସରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୋଲିସର ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ମାଫିଆ ଜାମସେଦକୁ ଏନକାଉଣ୍ଟର କରିଛି । ବିଳମ୍ବିତ ରାତିରେ ଜାମସେଦ୍ ଖଣ୍ଡଗିରିକୁ ଯାଉଥିବାବେଳେ ପୋଲିସ ତା’ ପିଛା କରିଥିଲା । ସେ ଖସି ପଳାଇବାକୁ ଉଦ୍ୟମ କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ଚାଳନାରେ ତା’ର ଗୋଡରେ ବାଜିଥିଲା ଗୁଳି । ବର୍ତ୍ତମାନ ଅଭିଯୁକ୍ତର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । କମିଶନରେଟ୍ ପୋଲିସର ସୂତ୍ରରୁ ମିଳିଥିବା ମୁତାବକ, ଶେଖ୍ ଜାମସେଦ୍ ନିଶା କାରବାର ସହ ଜଡିତ ଅନେକ ମାମଲାରେ ସମ୍ପୃକ୍ତ ଥିଲା ଏବଂ ଏନେଇ ପୋଲିସ କିଛି ମାସ ହେଲା ତା’ ଉପରେ ନଜର ରଖିଥିଲା । ଶେଷରେ ପୋଲିସକୁ ପଞ୍ଝାରେ ପଡିଛି ଏହି କୁଖ୍ୟାତ ନିଶା ବେପାରୀ ।