କାଲି ଆସିବେ ଜେପି ନଡ୍ଡା

ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା

କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା। ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କାଲି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ । ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ। କଟକ ବାଲିଯାତ୍ରା ପଡିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂଦେଓ , ପ୍ରଭାତୀ ପରିଡା ଏବଂ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉପସ୍ଥିତ ରହିବେ। ଶୁଭାରମ୍ଭ ଦିନ ୧୪୦୫ ପ୍ରାଥମିକ ଚିକିତ୍ସାଳୟରେ ଏହି କାର୍ଡ ବଣ୍ଟନ କରାଯିବ। ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଉପସ୍ଥିତ ରହିବେ। ୧୩ ଜିଲ୍ଲାରେ ମନ୍ତ୍ରୀ ମାନଙ୍କ ଦ୍ଵାରା ଏହି ଯୋଜନାର ଶୁଭାରମ୍ଭ ହେବ। କେନ୍ଦ୍ରାପଡାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡରେ ସୁରେଶ ପୂଜାରୀ , ନବରଙ୍ଗପୁରରେ ରବି ନାରାୟଣ ନାଏକ , ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଆୟୁଷ୍ମାନ୍ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।