‘ଖାଲି ରାଜ୍ୟ ନୁହେଁ, ବିଜେଡି ପାଇଁ ବି ବହୁତ କାମ କରିଛନ୍ତି ପାଣ୍ଡିଆନ୍’
ପୁଣି ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବି ବହୁତ କାମ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ । ପାଣ୍ଡିଆନ୍ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି । ସେ ଦଳର କୌଣସି କାର୍ଯ୍ୟରେ ସାମିଲ ହେଉନାହାନ୍ତି ବୋଲି କହିଛନ୍ତି ନବୀନ । ଏଥିସହ ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ ନବୀନ ଦେଇଛନ୍ତି କଡା ଜବାବ । ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ରଖି ନବୀନ କହିଛନ୍ତି, ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଛନ୍ତି। ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି, ଦଳରୁ ବିଦା ହୋଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି କହିଛନ୍ତି ନବୀନ ।
