ଦ୍ବାରକାଧୀଶଙ୍କ ପାଦପଦ୍ମରେ ପଦଯାତ୍ରା ସଂପୂର୍ଣ୍ଣ କଲେ ଅନନ୍ତ ଅମ୍ବାନୀ

ପଦଯାତ୍ରା ସଂପୂର୍ଣ୍ଣ କଲେ ଅନନ୍ତ ଅମ୍ବାନୀ

ପବିତ୍ର ଶ୍ରୀରାମ ନବମୀରେ ଅନନ୍ତ ଅମ୍ବାନୀଙ୍କ ପଦଯାତ୍ରା ଦ୍ବାରକା ସହରରେ ଶେଷ ହୋଇଛି। ହିନ୍ଦୁ ତିଥି ଅନୁଯାୟୀ ଶ୍ରୀରାମ ନବମୀ ମଧ୍ୟ ଅନନ୍ତଙ୍କ ଜନ୍ମଦିନ। ଜାମନଗରରୁ ବାହାରି ୧୭୦ କିମି ପଦଯାତ୍ରା କରିବା ପରେ ଅନନ୍ତ ଅମ୍ବାନୀ ଦ୍ବାରକାରେ ପହଞ୍ଚିଛନ୍ତି। ତାଙ୍କର ଏହି ଆଧ୍ୟାତ୍ମିକ ଅନ୍ବେଷଣ ପଦଯାତ୍ରା ଗତ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହୋଇଥିଲା। ଦିନକୁ ସେ ୧୨ରୁ ୧୫ କିମି ଚାଲୁଥିଲେ। ବିଶ୍ବାସ ଦ୍ବାରା ପ୍ରେରିତ ଏହି ଦୀର୍ଘ ପଦଯାତ୍ରା ଆନୁଷ୍ଠାନିକ ନୁହେଁ ବରଂ ଏକାନ୍ତ ବ୍ୟକ୍ତିଗତ ରହିଥିଲା। ଏହା ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପ୍ରତି ଭକ୍ତି ଏବଂ ସନାତନ ଧର୍ମର ଆଦର୍ଶ ପ୍ରତି ସମର୍ପଣର କାର୍ଯ୍ୟ ଥିଲା। ଏହା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଭକ୍ତିର ଏକ କାର୍ଯ୍ୟ ଥିଲା-ଯାହାଦ୍ବାରା କି ଶରୀର, ମନ ଏବଂ ପ୍ରାଣକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରି ଦିଆଯାଇଥିଲା।

ଚାଲିବାର ପ୍ରତ୍ୟେକ ପାଦରେ ଅନନ୍ତ ଦ୍ବାରକାଧୀଶ ଏବଂ ସନାତନ ଧର୍ମର ଆଦର୍ଶଙ୍କ ପ୍ରତି ସମର୍ପିତ ଥିଲେ। ତାଙ୍କ ଚାଲିବା କୌଣସି ବିବୃତି ଦେବା ପାଇଁ ଉଦ୍ଦିଷ୍ଟ ନଥିଲା, ବରଂ ଏକାନ୍ତ, ସ୍ଥିରତା ଏବଂ ସ୍ବେଦ ଭିତରେ ଈଶ୍ବରଙ୍କ ଦିବ୍ୟତା ପାଇବା ଲାଗି ଉଦ୍ଦିଷ୍ଟ ଥିଲା। ଅନନ୍ତ ଅମ୍ବାନୀଙ୍କ ଉକ୍ତ ପଦଯାତ୍ରା ‌ସବୁଠୁ ଅସାଧାରଣ ଯେଉଁଥି ପାଇଁ ଥିଲା ତାହା ହେଉଛି ସେ ପିଲାଦିନୁ କୁସିଂସ୍‌ ସିଣ୍ଡ୍ରୋମ୍‌ ନାମକ ଏକ ବିରଳ ହରମୋନ୍‌ ବିକାର ଓ ରୋଗଜନିତ ମେଦବହୁଳତା, ଶ୍ବାସଜନିତ ସମସ୍ୟା ଏବଂ ଗମ୍ଭୀର ଫୁସ୍‌ଫୁସ୍‌ ରୋଗଜନିତ ଦୁର୍ବଳତା ସତ୍ତ୍ବେ ଏହି କଠିନ ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଏହି ପଦଯାତ୍ରାର ଶାରୀରିକ ଶ୍ରମ ଆମ ଭିତରେ ସବୁଠାରୁ ସୁସ୍ଥ ଥିବା ଲୋକଙ୍କୁ ମଧ୍ୟ କଷ୍ଟ ଦେବ। ତଥାପି ଅନନ୍ତ ଅମ୍ବାନୀଙ୍କ ପାଇଁ ଏହି ତୀର୍ଥଯାତ୍ରା ଶକ୍ତି ବା ବଳ ଦେଖାଇବା ପାଇଁ ଉଦ୍ଦିଷ୍ଟ ନଥିଲା ବରଂ ଭୟ ଉପରେ ବିଶ୍ୱାସକୁ, କଷ୍ଟ ଉପରେ ଭକ୍ତିକୁ ଏବଂ ଆରାମ ଉପରେ ଶୃଙ୍ଖଳାକୁ ବଜାୟ ରଖିବାକୁ ଉଦ୍ଦିଷ୍ଟ ଥିଲା।