ବଢ଼ିଲା ରଥଯାତ୍ରାକୁ UNESCO ମାନ୍ୟତା ଆଶା

ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ଓ ବାଲିଯାତ୍ରା

ଐତିହ୍ୟ ଜାତୀୟ ଲିଷ୍ଟରେ ସ୍ଥାନ ପାଇଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାଲିଯାତ୍ରା । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ସ୍ୱୀକୃତି ମିଳିଛି । ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସ୍ଥାନ ପାଇଛି। ଦେଶର ବୃହତ୍ ବାଣିଜ୍ୟିକ ମେଳା କଟକର ବାଲିଯାତ୍ରା ମଧ୍ୟ ସ୍ଥାନ ପାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ରଥଯାତ୍ରାକୁ ଏହି ତାଲିକାରେ ସାମିଲ୍ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ( SJTA) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଦେଶର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ଏହାକୁ ଗ୍ରହଣ କରି ସ୍ୱୀକୃତି ପ୍ରଦାନ କରିଛି ।କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଏହି ଯାତ୍ରାକୁ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ସ୍ଥାନୀତ କରିଛନ୍ତି । ସେହିପରି କଟକର ଐତିହାସିକ ବାଲିଯାତ୍ରା ମଧ୍ୟ ଏହି ତାଲିକାରେ ମଧ୍ୟ ସ୍ଥାନ ପାଇଛି ।