ଚାରିଆଡେ ଇସ୍ରୋର ପ୍ରଶଂସା

ଏକାସାଙ୍ଗରେ ୭ଟି ସାଟେଲାଇଟର ସଫଳ ଉତକ୍ଷେପଣ

ପୁଣି ସଫଳତା ଦିଗରେ ଆଉ ପାଦେ ଆଗକୁ ଆଗେଇଲା ଇସ୍ରୋ । ମହାକାଶ ଗବେଷଣା କ୍ଷେତ୍ରରେ ଏବେ ସବୁଠି ଇସ୍ରୋର ପ୍ରଶଂସା । ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ଏବେ ଆଉ ଏକ ଇତିହାସ ରଚିଛି ଇସ୍ରୋ । ଏକାସାଙ୍ଗରେ ସିଙ୍ଗାପୁରର ୭ଟି ସାଟେଲାଇଟର ଉତକ୍ଷେପଣ କରିଛି । ତେବେ ଏହି ଉତକ୍ଷେପଣ ପାଇଁ ଇସ୍ରୋ ବ୍ୟବହାର କରିଛି PSLV-C56 ରକେଟ । ଆଉ ଏହି ରକେଟ ମାଧ୍ୟମରେ ୭ଟି ସାଟେଲାଇଟ୍ ସଫଳ ଭାବେ ଉତକ୍ଷେପଣ ହୋଇଥିବା ଦେଖିବାକୁ ମିଳିଛି । ଆଜି ସକାଳ ୬ଟା ୩୦ ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍(PSLV-C56)କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି।

ଏହି ଲଞ୍ଚ୍ ଭେଇକିଲ୍ ସହ 7ଟି ବିଦେଶୀ ସାଟେଲାଇଟ୍ ଉତକ୍ଷେପଣ କରିଛି ଇସ୍ରୋ । ଇସ୍ରୋ ଦ୍ୱାରା ଭାରତରୁ ଉତକ୍ଷେପଣ ହୋଇଥିବା ବିଦେଶୀ ସାଟେଲାଇଟ୍ ମଧ୍ୟରେ ଏହା 431ତମ ବିଦେଶୀ ସାଟେଲାଇଟେ ଏବଂ ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଚତୁର୍ଥ PSLV ମିଶନ୍। PSLV-C56 ମିଶନର ପ୍ରାଥମିକ ପେଲୋଡ୍ ହେଉଛି DS-SAR ସାଟେଲାଇଟ୍, ଏହା ଏକ ସିନ୍ଥେଟିକ୍-ଆପେଚର ରାଡାର(SAR) ଯାହା ବସ୍ତୁର ଟୁ-ଡାଇମେନ୍ସନାଲ ଚିତ୍ର ଉତ୍ତୋଳନ କିମ୍ବା ଥ୍ରୀ-ଡାଇମେନ୍ସନାଲ ରିକନଷ୍ଟ୍ରକ୍ସନ୍(ପୁନଃନିର୍ମାଣ) ସୃଷ୍ଟି କରେ। ଏହି ସାଟେଲାଇଟ୍ ରାଡାର୍ ମାଧ୍ୟମରେ ପୃଥିବୀର ବିଭିନ୍ନ ଚିତ୍ର ଉତ୍ତୋଳନ କରିପାରିବ। ତେବେ ଇସ୍ରୋର ଏହି ସଫଳ ଉତକ୍ଷେପଣ ପରେ ସବୁଠି ଭାରତୀୟ ବୈଜ୍ଞାନିକଙ୍କ ପାରଦର୍ଶିତା ତଥା ଭାରତୀୟ ଜ୍ଞାନ କୌଶଳକୁ ଭୂରି ଭୂରି ପ୍ରଶଂସା କରାଯାଇଛି ।