ସମ୍ବର୍ଦ୍ଧିତ ହେଲେ ରାଜୀବ ମହାନ୍ତି

ନବ ନିର୍ବାଚିତ ଓଡ଼ିଶାର ବାର କାଉନସିଲ ର ସଦସ୍ୟ ରାଜୀଵ ମହାନ୍ତିଙ୍କୁ ସମ୍ବର୍ଦ୍ଧନା

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ନବ ନିର୍ବାଚିତ ଓଡ଼ିଶାର ବାର କାଉନସିଲ ର ସଦସ୍ୟ ରାଜୀଵ ମହାନ୍ତିଙ୍କୁ ସମ୍ବର୍ଦ୍ଧନା । ଏହି ପରିପ୍ରେକ୍ଷୀରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ସଙ୍ଘ ସମ୍ପାଦକ ବିପ୍ଳବ କେଶରୀ ସାମନ୍ତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜୀଵ ମହାନ୍ତିଙ୍କ ପାଖରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜୀଵ ମହାନ୍ତି ପୂର୍ବରୁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଯାଜପୁର ଶାଖାର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟରତ ରହିଛନ୍ତି ଏବଂ ଏଥିସହ ସେ ଜଣେ ଯାଜପୁର ଜିଲ୍ଲା କୋର୍ଟର ଜଣେ ଜଣାଶୁଣା ଆଇନଜୀବୀ ଭାବେ ପରିଚିତ । ଗତ କିଛି ଦିନ ତଳେ ଓଡିଶା ବାର କାଉନସିଲର ଜଣେ ସଦସ୍ୟ ଭାବେ ନିର୍ବାଚିତ ହୋଇ ଯାଜପୁର ଜିଲ୍ଲାକୁ ଗୌରବାନୀତ କରିଛନ୍ତି । ଆଗାମୀ ଦିନରେ ବିଦ୍ୟୁତ ଶ୍ରମିକ ମାନଙ୍କ ସାଥିରେ ସର୍ବଦା ରହିଥିବେ ବୋଲି ରାଜୀଵ ମହାନ୍ତି ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି । ଏହା ସହ ରାଜୀବଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ଦେଖିବାକୁ ମିଳିଛି ।