କଂଗ୍ରେସ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି

‘ବିରୋଧୀଙ୍କ ଆଚରଣ ଉଚ୍ଚାରଣ ଠିକ ନୁହେଁ’

କଂଗ୍ରେସର ବିଧାନସଭା ଘେରାଉକୁ ନେଇ ବର୍ଷିଛି ବିଜେପି । ପ୍ରେସମିଟ୍ କରି କଂଗ୍ରେସକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି । କହିଲେ, କିଛି ସମସ୍ୟା ନଥାଇ ବିଧାନସଭା ମର୍ଯ୍ୟାଦା ଉଲଘଂନ ହୋଇଛି । ବିଧାନସଭାର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି କାମ କରିବା ଜରୁରୀ । ଗଣତନ୍ତ୍ରରେ ବିଶ୍ୱାସ କରେ ବିଜେପି । କଂଗ୍ରେସର କଳଙ୍କିତ ଇତିହାସ କଥା ସମସ୍ତେ ଜାଣନ୍ତି । ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର କରାଗଲା ତାହା ଗ୍ରହଣୀୟ ନୁହେଁ । ବିରୋଧୀ ଦଳ ଭାବେ ବିରୋଧ ପ୍ରଦର୍ଶନ ଠିକ୍, କିନ୍ତୁ କୌଣସି ଆଧାର ନଥାଇ ବିରୋଧ ପ୍ରଦର୍ଶନକୁ ଦଳ ନିନ୍ଦା କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଜନମତକୁ ସମର୍ଥନ ଦେଇ ବିରୋଧୀ ଦଳ କାର୍ଯ୍ୟ କରିବା ଉଚିତ । ଏତେ ବର୍ଷ ଶାସନରେ ରହିଲା ପରେ ବି କଂଗ୍ରେସକୁ କାହିଁକି ରାଜ୍ୟବାସୀ ପ୍ରତ୍ୟାଖାନ କରିଥିଲେ ସେ ଉପରେ ସମୀକ୍ଷା କରିବା ଉଚିତ୍ । ବିରୋଧୀ ଦଳ ଯେତେବେଳେ ସରକାରରେ ଥିଲେ ଆମେ ତାଙ୍କୁ ସହଯୋଗ କରିଥିଲୁ । ଏବେ ସେମାନେ ହ୍ୟାଙ୍ଗଓଭରରୁ ବାହାରି ଆମକୁ ସହଯୋଗ କରିବା ଦରକାର ବୋଲି ମନମୋହନ ସାମଲ କହିଛନ୍ତି ।