ଡି ଲିମିଟେସନ ବୈଠକରେ ବିଜେଡି
ସମସ୍ତ ଲୋକସଭା ଓ ବିଧାନସଭାର ଆସନର ସୀମା ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିବା ବେଳେ ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ଏକ ଡି ଲିମିଟେସନ ବୈଠକ ଡାକିଛନ୍ତି। ଏହି ବୈଠକରେ ଯୋଗ ଦେବା ପାଇଁ ବିଜେଡିର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଗତକାଲି ଚେନ୍ନାଇରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଡିଏମ୍କେ ସାଂସଦ ଦୟାନିଧି ମାରନ ଓ ରାଜ୍ୟସଭା ସାଂସଦ କାନିମୋଝି ସୋମୁ ଦୁହିଁଙ୍କୁ ସ୍ବାଗତ କରିଛନ୍ତି।

ଏହାସହ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ ବି ଆଜି ଚେନ୍ନାଇରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିଛନ୍ତି। ଉଲ୍ଲେଖ ଯେ ଏହି ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ଷ୍ଟାଲିନ୍ଙ୍କ ନିମନ୍ତ୍ରଣପତ୍ର ଧରି ଶ୍ରୀ ମାରନ ଓ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ନବୀନ ନିବାସ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ସେହିଦିନ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ଦାସଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
