ଥଣ୍ଡା ବୋତଲ ଭିତରେ ଦେଶୀ ମଦ କାରବାର

ଥଣ୍ଡା ବୋତଲ ଭିତରେ ମଦ

ଥଣ୍ଡା ବୋତଲ ଭିତରେ ମଦ । ଥଣ୍ଡା ବୋତଲ ଭିତରେ ଦେଶୀ ମଦ ପୂରାଇ ଚାଲିଥିଲା କାରବାର । ଭୁବନେଶ୍ବର ଘାଟିକିଆ ବରମୁଣ୍ଡା ରାସ୍ତାରେ ଏକ ଦୋକାନରେ ସ୍ପ୍ରାଇଟ ବୋତଲରେ ମଦ ବିକ୍ରି କରାଯାଉଥିଲା । ସ୍ନାକ୍ସ ଦୋକାନରେ ଏହି କାରବାର ଚାଲିଥିବା ବେଳେ ଏକ୍ସସାଇଜ ଟିମ୍ ପହଞ୍ଚି ଚଢାଉ କରିଛି । ଦୋକାନରେ ଚଢାଉ କରିବା ସହିତ କୋଲ୍ଡ ଡ୍ରିଙ୍କ୍ସ ଟ୍ରେ ସବୁ ଜବତ କରିଛି । ଘଟଣାରେ ଦୋକାନ ମାଲିକଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ରାଜଧାନୀରେ ଏମିତି ଖୁଲମଖୁଲା ଦେଶୀ ମଦ ବିକ୍ରିକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । କେଉଁଠୁ ଏବଂ କେବେଠୁ ଏହି କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ମଦ ବିକ୍ରି ହେଉଛି । ତାକୁ ନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।