ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୫ରୁ ଅଧିକ ଗାଁ
ପାଣି ଘେରରେ ଗାଁ । ଜଳବନ୍ଦୀ ଜୀବନ କାଟୁଛନ୍ତି ହଜାରେରୁ ଅଧିକ ଲୋକ । ୧୫ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଗୃହବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଲଗାଣ ବର୍ଷା ଯୋଗୁ ଏପରି ବେହାଲ୍ ସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଫିରିଙ୍ଗିଆ ବ୍ଲକ୍ ମୁଣ୍ଡାସାହି-ଶଗଡ଼ା ରାସ୍ତା ସଂଯୋଗ କରୁଛି କାଟ୍ରାମାଲା, ସିଗାଡ଼ି, ମହାନ୍ତିଗୋଚ୍ଛାପଡ଼ା, ସୁରକାନ, କଣପା, ବାରପୁତୁଲୀ, ଆଡିସିଂ, ଟଙ୍କିଆପଦର, କାକଡିପଙ୍ଗା, ଶାଗଡ଼ା ଭଳି ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗାଁକୁ। ହେଲେ ଏହି ରାସ୍ତା ଏବେ ପାହାଡ଼ିଆ ନଦୀ ପାଣି କବ୍ଜାରେ। ଲଗାଣ ବର୍ଷା ଯୋଗୁ ପାହାଡ଼ିଆ ନଦୀ ପାଣିରେ ବ୍ରିଜ୍ର ଆପ୍ରୋଚ୍ ରୋଡ୍ ଧୋଇ ହୋଇଯାଇଛି। ଯେଉଁଥିପାଇଁ ବାହ୍ୟ ଜଗତରୁ ଏହି ସବୁ ଗାଁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଏକ ପ୍ରକାର ଗୃହବନ୍ଦୀ ଜୀବନ କାଟୁଛନ୍ତି। ନା କେହି କେଉଁଠିକି ଯାଇପାରୁଛନ୍ତି, ନା କେହି ଆସିବାହାନ୍ତି।
