ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ

ଆଜି ବି ଗୃହରେ ଲାଗିରହିପାରେ ଅଚଳାବସ୍ଥା

ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ଆଜି ବି ଗୃହରେ ଲାଗିରହିପାରେ ଅଚଳାବସ୍ଥା।ସରଗରମ ହେବ ବିଧାନସଭା । ହୋହଲ୍ଲା ନାରାବାଜିରେ କମ୍ପିବ କକ୍ଷ। ଜିଦରେ ଅଟଳ କଂଗ୍ରେସ । ନାରୀ ସୁରକ୍ଷା ନେଇ ଗୃହ କମିଟି ଗଠନ ଓ ତାରାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଜାରି ରଖିଛି ପ୍ରତିବାଦ । ନୂଆ ନୂଆ ପ୍ରସଙ୍ଗ ଆଣି ଗୃହରେ ହଂଗାମା କରୁଛି ବିଜେଡି । ଚାଲିପାରୁନି ପ୍ରଶ୍ନକାଳ କି ଶୂନ୍ୟକାଳ। ଖର୍ଚ୍ଚ ଦାବିକୁ ବିରୋଧୀ କରୁଛନ୍ତି ନା । ଆଜି ଗୃହ ନିର୍ମାଣ ଓ ପୌର ଉନ୍ନୟନ, ପଂଚାୟତରାଜ ପାନୀୟ ଜଳ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦଗ୍ୟ , ଶ୍ରମ କର୍ମଚାରୀ ଓ ରାଜ୍ୟବିମା ଭଳି ବିଭାଗର ପ୍ରଶ୍ନକାଳରେ ରହିଛି ଆଲୋଚନା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶୂନ୍ୟକାଳ ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ନ୍ୟାୟ ମାଗିପାରନ୍ତି ବିରୋଧୀ । ସେପଟେ ଆଜି ଗୃହରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୨୦୨୫-୨୬ଆର୍ଥିକ ବର୍ଷର ବଜେଟର ଖର୍ଚ୍ଚ ଦାବି ଉପରେ  ହେବ ଆଲୋଚନା ।