ସେନାକୁ ସଫଳତା, ଯବାନଙ୍କ ଗୁଳିରେ 2 ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା । କୁପୱାଡା ଠାରେ ପୋଲିସ ଓ ସେନାର ମିଳିତ ଅପରେଶନ ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ    । ଏଥିରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କ ନେଟୱର୍କକୁ ଶେଷ କରିବାକୁ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ତରଫରୁ ଅଭିଯାନ ଜାରି ରହିଛି । ଶ୍ରୀନଗର ଠାରେ ହୁରିଆତ ନେତା ଅୟାଜ ଆକବରଙ୍କ ସମ୍ପତ୍ତି ଜବତ କରାଯାଇଛି । ଅୟାଜ ଆକବର ଗତ ୬ ବର୍ଷ ଧରି ତିହାଡ ଜେଲରେ ରହିଛି ।