ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣା ନେଇଛି ୫୦୫ ମୁଣ୍ଡ
ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣା ନେଇଛି 505 ମୁଣ୍ଡ। ଗୋଟେ ମାସରେ ହିଁ 848 ଦୁର୍ଘଟଣା ହୋଇଛି। ଏଥିରେ 472 ଜଣ ଆହତ ହୋଇଥିଲେ। ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି 89 ଲକ୍ଷ 66 ହଜାର 694 ଟଙ୍କା। ଗୃହରେ ଏପରି ଉଦବେଗଜନକ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।
ସେହିପରି ବଢୁଛି ସାପ କାମୁଡା ମୃତ୍ୟୁ। 2023-24 ଆର୍ଥିକ ବର୍ଷରେ 1150 ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି। ଏଥିରେ 1022 ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ସେହିପରି 2024-25 ରେ 709 ଜନଙ୍କ ସାପ କାମୁଡ଼ାରେ ଜୀବନ ଯାଇଛି। 435 ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। 2023-24 ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ତା ପଛକୁ କଟକ ଓ ଗଞ୍ଜାମ ରହିଛନ୍ତି। 2024-25 ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି। ତା ପଛକୁ ରହିଛି ଗଞ୍ଜାମ ଓ କେନ୍ଦୁଝର। ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ।
