୮୦ ହଜାରରୁ ଅଧିକ ଲୋକଙ୍କର ନାହିଁ ରାସନକାର୍ଡ
ରାଜ୍ୟରେ ୮୦ ହଜାରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ । ଆଜି ଗୃହରେ ପ୍ରଶ୍ନକାଳରେ ରାଜ୍ୟରେ କେତେ ଭୂତ ହିତାଧିକାରୀ ଚିହ୍ନଟ ହେଲେଣିର ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୨ ହଜାର ୨୯୩ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ସେହିପରି ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସନକାର୍ଡ ପାଇବାରୁ ବାଦ ପଡିଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ହିତାଧିକାରୀଙ୍କ ରାସନ କାର୍ଡ ବାତିଲ କରାଯାଇଛି । ଅନ୍ୟପଟେ ଅନେକ ଯୋଗ୍ୟ ଅଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି । ଅନୁଗୁଳ ଜିଲ୍ଲାରେ ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି ।
