ବିଧାନସଭାରେ ଶାସକ-ବିରୋଧୀ ଧସ୍ତାଧସ୍ତି, ବିଜେଡିର ଲଣ୍ଠନ ପ୍ରତିବାଦ
ଆଜି ବିଧାନସଭାରେ ଦେଖିବାକୁ ମିଳିଛି ଅପ୍ରୀତିକର ପରିସ୍ଥିତି। ଶାସକ-ବିରୋଧୀ ଧସ୍ତାଧସ୍ତି ହେବାର ଖବର ମଧ୍ୟ ଆସିଛି। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଜେପି। ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ। ନାରୀ ନିର୍ଯାତନା ପ୍ରସଙ୍ଗରେ ନାରାବାଜି କରିଥିଲା କଂଗ୍ରେସ। ସେପଟେ ବିଜେଡି ଜୟନାରାୟଣ ମିଶ୍ର ଙ୍କ ମନ୍ତବ୍ୟକୁ ପ୍ରସଙ୍ଗ କରି ପ୍ରତିବାଦ କରିଥିଲା। ଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା। ଗୃହ ବାରମ୍ବାର ମୁଲତବୀ କରାଯାଇଥିଲା। କଂଗ୍ରେସ ବିଧାୟତ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ଗୃହରେ ନଗର ଉନ୍ନୟନ ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିବା ଦେଖିବାକୁ ମିଳିଛି । ଶାସକ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ହାତାହାତି ହୋଇଛନ୍ତି । ଗୃହ ମୁଲତବୀ ପରେ ବିଜେଡି ବିଧାୟକ ମାନେ ଲଣ୍ଠନ ଧରି ପ୍ରତିବାଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବସି ବିକ୍ଷୋଭ କରିଥିଲେ।
