ପାକିସ୍ତାନରେ ଟ୍ରେନ ହାଇଜାକ୍
ପାକିସ୍ତାନରେ ଟ୍ରେନ ଅପହରଣ । ଟ୍ରେନକୁ ଅପହରଣ କରିନେଇଛନ୍ତି ବେଲୁଚି ଲିବରେସନ ଆର୍ମି (BLA) । ରେଳ ଧାରଣାରେ ବିସ୍ଫୋରଣ କରି ଟ୍ରେନ ହାଇଜ୍ୟାକ କରିଛନ୍ତି । ୧୨୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖିଛନ୍ତି । ଅପହରଣ ରୋକୁଥିବା ବେଳେ ପାକିସ୍ତାନୀ ସେନାର ୬ ଯବାନଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ସେନା ଅଧିକାରୀ ରହିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିଲା । ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ପଣବନ୍ଦୀ ରହିଛନ୍ତି । ସୂଚନା ଅନୁସାରେ, ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚି ଲିବରେସନ ଆର୍ମି (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ ।ସେମାନେ ଦାବି କରିଛନ୍ତି ଯେ, ସେମାନେ ମହିଳା, ପିଲା ଏବଂ ବାଲୁଚ୍ ଯାତ୍ରୀମାନଙ୍କୁ ମୁକ୍ତ କରିଛନ୍ତି, ବାକି ସମସ୍ତ ବନ୍ଧକ ପାକିସ୍ତାନୀ ସେନାର କର୍ମଚାରୀ । ତେବେ ବାଲୁଚ୍ ଅଧିକାରୀ କିମ୍ବା ରେଳବାଇ ଏପର୍ଯ୍ୟନ୍ତ ଆକ୍ରମଣ ଏବଂ ବନ୍ଧକଙ୍କ ସ୍ଥିତି ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଛୁଟିରେ ପଞ୍ଜାବ ଯାଉଥିବା ପାକିସ୍ତାନୀ ସାମରିକ ବାହିନୀ, ପୋଲିସ, ଆତଙ୍କବାଦ ବିରୋଧୀ ବାହିନୀ (ATF) ଏବଂ ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) କର୍ତ୍ତବ୍ୟରତ କର୍ମଚାରୀଙ୍କୁ ବନ୍ଧକ ବନାଯାଇଛି ।ଯଦି ପାକିସ୍ତାନୀ ସେନା କିଛି କାର୍ଯ୍ୟାନୁଷ୍ଠାନ କରେ, ତେବେ ସମସ୍ତ ବନ୍ଧକକୁ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି । ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।
