ଗାନ୍ଧୀ ମୂର୍ତ୍ତୀ ତଳେ କଂଗ୍ରେସର ଧାରଣା

ଆଜି ବି ସରଗରମ ହେବ ବିଧାନସଭା

ଆଜି ବି ସରଗରମ ହେବ ବିଧାନସଭା । ଗୃହରେ ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓପୌର ଉନ୍ନୟନ ଏବଂ ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ, ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ଶାସକ ଦଳକୁ ଘେରିବେ ବିରୋଧୀ । ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ୟାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ  । ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼  । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ୟ୍ୟ  । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି  ।  ତେବେ ଗୃହକାର୍ୟ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି ।